ଆବାସ ଉପଭୋକ୍ତାଙ୍କୁ ଗୃହନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଦେଶ ପ୍ରଦାନ କଲେ

CM issues work orders to beneficiaries under ABAAS

 Published : ଓଡିଶା ସନ୍ ଟାଇମ୍ସ

/  

26-Dec-2016  

ଓଡିଶା ସହରାଞ୍ଚଳ ଆବାସ ଯୋଜନାର ପ୍ରଥମ ପର୍ଯ୍ୟୟର ୧୧୨୨୮ ଜଣ ଉପଭୋକ୍ତାଙ୍କୁ ଗୃହନିର୍ମାଣ ନିମନ୍ତେ ମୁଖ୍ୟମନ୍ତୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାଦେଶ ବାଣ୍ଟିଛନ୍ତି।  ୨୭ ଟି ଜିଲ୍ଲାର ଆର୍ଥକ ଦୃର୍ବଳ ଶ୍ରେଣୀର ୨୩୮୪୩ ଉପଭୋକ୍ତାଙ୍କୁ ଚୟନ କରାଯାଇଛି। ଏତଦ୍ ବ୍ୟତୀତ ଭୁବନେଶ୍ବର ଓ ରାଉରକେଲାର ୧୧୫୪୮ ଜଣ ଉପଭୋକ୍ତାଙ୍କୁ ଗୃହ ନିର୍ମାଣ ପାଇଁ ଆର୍ଥକ ସହାୟତା ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି। ଏହି ଯୋଜନାରେ ନିଜର ଜମିଥିବା ଉପଭୋକ୍ତା ୩୦୦ ବର୍ଗଫୁଟର ଗୃହ ନିର୍ମାଣ କରିପାରିବେ। ସେଥିପାଇଁ ସରକାରଙ୍କ ପକ୍ଷରୁ ଦୁଇ ଲକ୍ଷ ଟଙ୍କାର ସହାୟତା ପର୍ଯ୍ୟାୟ କ୍ରମେ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ ବୋଲି କୂହାଯାଇଛି।

Other News