Published : ଓଡ଼ିଶା ସନ୍ ଟାଇମ୍ସ
/09-Apr-2019
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦଗଡ ଜିଲ୍ଲାର ହେମଗିରି ଠାରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେଇ କହିଛନ୍ତି, ଓଡ଼ିଶାର ଲୋକେ ହେଉଛନ୍ତି ଆମର ହାଇକମାଣ୍ଡ। ସେମାନଙ୍କ ସମର୍ଥ ଓ ସହଯୋଗରେ ଆମ ଦଳ ରାଜ୍ୟରେ ୧୯ ବର୍ଷଧରି ଶାସନ ଭାର ବହନ କରିବା ସହିତ ବହୁ ଜନ କଲ୍ୟାଣ ଯୋଜନା ପ୍ରଚଳନ କରି ଆସିଛି। ବିଜେପି ନେତୃତ୍ବରେଥିବା କେନ୍ଦ୍ର ସରକାର, ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଚଳିତ “କାଳିଆ” ଯୋଜନା ବିରୋଧରେ ଷଢଯନ୍ତ୍ର ଚଳାଇଛି। “ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କେହି କାଳିଆ ଯୋଜନାକୁ ବନ୍ଦ କରିପାରିବେନାହିଁ” ବୋଲି କହିଛନ୍ତି ନବୀନ.