Published : ଓଡିଶା ସନ୍ ଟାଇମ୍ସ
/04-Jan-2018
ଓଡିଶାର ଦକ୍ଷିଣାଞ୍ଚଳରୁ ପ୍ରାୟ ୧୦୦୦ ଜଣ ବରିଷ୍ଠ ନାଗରିକ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗୋ ତିରୁପତି ଓ ଭେଲୋର ପରିଦର୍ଶନରେ ବ୍ରହ୍ମପୁର ରେଳଷ୍ଟସନରୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ମାଧ୍ୟମରେ ରାଜ୍ୟ ସଚିବାଳୟରୁ ପତାକା ଦେଖାଇ ଟ୍ରେନ୍ ଆଗକୁ ବଢିବା ପାଇଁ ସଂକେତ ଦେଇଥିଲେ। ମୁଖ୍ୟମନ୍ତ୍ରୀ, ବରିଷ୍ଠ ନାଗରିକଙ୍କ ଯାତ୍ରାର ଶୁଭକାମନା କରିବା ସହିତ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ।