ମୋ ସରକାରରେ ସାମିଲ ହେଲା 'ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ'

Food Supplies & Consumer Welfare Department comes under Mo Sarkar

 Published : ଦି ନ୍ୟୁଜରୁମ

/  

11-Feb-2020  

ଲୋକଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ସେବା ପ୍ରଦାନ ସହ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମରେ 'ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ' ସାମିଲ ହୋଇଛି। ଲୋକଙ୍କ ମତାମତ ଆଧାରରେ ଉତ୍ତମ ସେବା ଯୋଗାଇବାକୁ ସମସ୍ତ ବିଭାଗକୁ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ।

ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ପାଖାପାଖି ୭୯% ପ୍ରତିଶତ ଲୋକଙ୍କୁ ଉପକୃତ କରୁଥିବା ଏହି ବିଭାଗ ‘ମୋ ସରକାର’ ଅଧୀନକୁ ଆସିବା ଦ୍ଵାରା ଲୋକଙ୍କୁ ଆହୁରି ଉନ୍ନତ ଓ ତ୍ଵରିତ ସେବା ମିଳିବ। ଭୁବନେଶ୍ଵରରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ଏବଂ ଅସହାୟ, ବୃଦ୍ଧ, ଭିନ୍ନକ୍ଷମଙ୍କ ନିକଟରେ ରାସନ ପହଞ୍ଚାଇବା ପରି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ‘ମୋ ସରକାର ଲୋକମାନଙ୍କ ସରକାର’; ଯେପରି ଜଣେ ବି ହିତାଧିକାରୀ ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି।

Other News