ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରେ ଅନେକ ପ୍ରକଳ୍ପର ଉଦଘାଟିତ

CM launched slew of projects in Boudh, Ganjam.

 Published : ଓଡିଶା ସନ୍ ଟାଇମ୍ସ

/  

18-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଅନେକ ଗୁଡିଏ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ବହୁ ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ବୌଦ୍ଧ  ଜିଲ୍ଲାରେ ୧୯୨ କୋଟି ଟଙ୍କାର ନବ ନିର୍ମିତ ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିବା ବେଳେ ୭୭୭.୫୯ କୋଟି ଟଙ୍କାର ଅନେକ ଗୁଡିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିI ସେହିପରି ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଗସ୍ତକରି ୨୧.୨୬ କୋଟି ଟଙ୍କାର ୩ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ୮୬.୬୯ କୋଟି ଟଙ୍କା ବ୍ୟୟ ଅଟକଳରେ ୨୪ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Other News