ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଶେଷ ନିଶ୍ବାସ ପର୍ଯ୍ୟନ୍ତ ମହାନଦୀ ପାଇଁ ସଂଗ୍ରାମ ଚାଲୁରହିବ।

Chief Minister herald Will fight for Mahanadi till my last Breath

 Published : ଓଡିଶା ନିୟୁଜ ୩୬୦

/  

11-Nov-2016  

ମହାନଦୀର ସୁରକ୍ଷା ପାଇଁ ରାଜ୍ୟର କ୍ଷତିଗ୍ରସ୍ତ ୮୭ ଲକ୍ଷ ପରିବାରଙ୍କ ଦସ୍ତଖତ ସଂଗ୍ରହ ଅଭିଯାନକୁ କଟକ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରି କହିଥିଲେ ଯେ, ମହାନଦୀ ଆମର ଜୀବନ ରେଖା। ଆମର କୃଷି, ବାଣିଜ୍ୟ ଏବଂ ଜୀବନ ଧାରା ମହାନଦୀ ଉପରେ ନିର୍ଭର କରେ। ଆମେ ଏ ସମ୍ପର୍କରେ ପ୍ରଧାନ ମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ କରିବା ସହିତ ଆମକୁ ନ୍ୟାୟ ଦେବାପାଇଁ ନିବେଦନ କରିଥିଲୁ। ମାତ୍ର ଛତିଶଗଡ ସରକାର ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣ କର୍ଯ୍ୟ ବନ୍ଦ କଲେନାହିଁ। ମହାନଦୀ ଉପରେ ଆମର ହକ୍ ପାଇଁ ଆମେ ଆଇନ୍ ର ସହାୟତା ଗ୍ରହଣ କରିବାକୁ ବାଧ୍ୟ ହେବୁ। ମୋର ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ମୋର ସଂଗ୍ରାମ ଚାଲୁରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାକ କହିଥିଲେ।ସେହିପରି ମହାନଦୀ ସଂଗ୍ରାମକୁ ଯୋର ଦାର କରିବା ପାଇଁ ହୀରାକୁଦ ଠାରୁ ପାରାଦୀପ ପର୍ଯ୍ୟନ୍ତ ୪୩୦ କିଲୋ ମିଟର ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ କରାଯିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି।

Other News