ଭକ୍ତଙ୍କ ପ୍ରବଳ ସମାଗମ ମଧ୍ୟରେ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ

ଭକ୍ତଙ୍କ ପ୍ରବଳ ସମାଗମ ମଧ୍ୟରେ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁଭାରମ୍ଭ

 Published : Newsroom Odisha

/  

15-May-2022  

ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ତଥା ସାରା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରାତାରିଣୀଙ୍କ ନବକଳେବରରେ ସୁସଜ୍ଜିତ ନୂଆ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥିର ପବିତ୍ର ଅବସରରୁ ଏହି ୬ ଦିନିଆ ଆଧ୍ୟାତ୍ମିକ ମହୋତ୍ସବ ଶୁଭାରମ୍ଭ ହୋଇଛି। ଶ୍ରଦ୍ଧାଳୁଙ୍କ ବେଶ୍ ସମାଗମ ମଧ୍ୟରେ ପୀଠ ଏବେ ଉତ୍ସବମୁଖରିତ। ମନ୍ଦିର ପରିସର ଆଧ୍ୟାତ୍ମିକ ମାହୋଲରେ ପ୍ରକମ୍ପିତ ହୋଇ ଉଠୁଛି। ଭକ୍ତମାନେ ଦେବୀ ଦର୍ଶନ ଓ ମାଁଙ୍କ ପୂଜାର୍ଚ୍ଚନା ସହ ନିଜକୁ ପ୍ରତିଷ୍ଠା ଉତ୍ସବରେ ସାମିଲ କରି ଭାଗ୍ୟବାନ ମଣିଛନ୍ତି। ରତ୍ନଗିରି ପର୍ବତରେ ପୂଜିତ ଦେବୀ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନ ରବିବାରରେ ଦୀକ୍ଷାଗ୍ରହଣ ଓ ଅଙ୍କୁରାରୋପଣ ରୀତିନୀତି ସମ୍ପନ୍ନ କରାଯାଉଛି। ମାଁ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ ଏହି ଆଧ୍ୟାତ୍ମିକ ଉତ୍ସବ ବେଶ୍ ସୁରୁଖୁରୁରେ ଆରମ୍ଭ ହୋଇ ଭକ୍ତଙ୍କ ଗହଳି ଓ ଆଧ୍ୟାତ୍ମିକତା ଭାବାବେଗ ସହ ଆଗେଇ ଚାଲିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଭକ୍ତଙ୍କ ହିତ ଓ ସୂଚାରୁ ରୂପେ ଦର୍ଶନ ସକାଶେ ଯାବତୀୟ ବ୍ୟବସ୍ଥା କରାଯାଇଛି। ଆସନ୍ତା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆଧ୍ୟାତ୍ମିକ ତଥା ବିକାଶର ମହୋତ୍ସବରେ ସାମିଲ ହେବେ।

Read More - http://www.newsroomodisha.com/odia-31400/

Other News