ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା ରେ ଓଡିଆ ଭାଷାକୁ ସାମିଲ କରାଯାଉ

Odisha seeks inclusion of Odia language in NEET

 Published : ଓଡିଶା ସନ୍ ଟାଇମ୍ସ

/  

22-Dec-2016  

ଚିକିତ୍ସା ବିଜ୍ଞାନ (ମେଡିକାଲ ପାଠ୍ୟକ୍ରମ) ରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା  ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ଏନ୍ ଇ ଇ ଟି) ରେ ୬ ଟି ଆଞ୍ଚଳିକ ଭାଷା ସମେତ ଇଂଗ୍ରାଜୀ ଓ ହିନ୍ଦୀ  ଭାଷାକୁ ପରୀକ୍ଷା ଦେବାର ମାଧ୍ୟମ ଭାବେ ଗ୍ରହଣ କରାଯାଇଥିବା ବେଳେ ଜାଣିଶୁଣି ଓଡିଆ ଭାଷାକୁ ଏଥିରେ ନିଆଯାଇନାହିଁ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଏଥିନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି କହିଛନ୍ତି ଯେ ଓଡିଶାର ଛାତ୍ର ଛାତ୍ରୀ ମାନେ ଓଡିଆ ମାଧ୍ୟମରେ ଶିକ୍ଷାଲାଭ କରୁଥିବାରୁ ସେମାନଙ୍କ ପାଇଁ ଓଡିଆ ଭାଷାକୁ ପରୀକ୍ଷା ଦେବାର ମାଧ୍ୟମ ଭାବେ ନିଆଯାଇନଥିବାରୁ ଅସୁବିଧା ସୃଷ୍ଟି ହେବ। ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏସମ୍ପର୍କରେ ଅନ୍ୟ ରାଜ୍ୟର ସରକାରଙ୍କ ଠାରୁ  ମତାମତ ନେଇଥିବା ବେଳେ ଓଡିଆ ପିଲାଙ୍କ କଥାକୁ ଧ୍ୟାନ ଦେଇନାହାନ୍ତି । ଏହି ପ୍ରସଙ୍ଗକୁ ନେଇ  ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତେଷ ଦେଖାଯାଇଛି। ଓଡିଶାର ଛାତ୍ର ଛାତ୍ରୀଙ୍କ ସ୍ବାର୍ଥରକ୍ଷା ଲାଗି ଏହି ପ୍ରସଙ୍ଗରେ ପ୍ରଧାନ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତୀ ନିବେଦନ କରିଛନ୍ତି।

Other News