ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ସମାଜ ମଙ୍ଗଳ ସେବାରେ ଡିଜିଟାଲ ପ୍ରୟୋଗର ସମୟ ଆସିଛି

Time for digital inclusion in welfare services: Chief Minister

ସାମାଜିକ ଓ ଅର୍ଥନୌତିକ କ୍ଷେତ୍ରରେଥିବା ତାରତମ୍ୟକୁ ସମାନ ସ୍ଥରକୁ ଆଣିବା କ୍ଷେତ୍ରରେ ବୌଷୟିକ ଞ୍ଜାନକୌଶଳର ପ୍ରୟୋଗ ଆବଶ୍ୟକ । ଶ୍ରମିକ ମାନଙ୍କ କ୍ଷେତ୍ରରେ ଡିଜିଟାଲ ପ୍ରୟୋଗ ପାଇଁ ବହୁଳ ଭାବେ ସ୍ମାର୍ଟଫୋନ ବ୍ୟବହାର କଥା କଳ୍ପନା କରାଯାଉଥିବା ବେଳେ କେବଳ ମଜୁରି ସମ୍ପର୍କରେ ସୂଚନା ସଂଗ୍ରହ କରିବା, ଏକ ଛୋଟିଆ ସୁଯୋଗ। ସେହି ଡଜିଟାଲର ସୁଯୋଗର ପ୍ରୟୋଗକରାଯାଇ ଶ୍ରମିକ ମାନଙ୍କୁ ସ୍ବାସ୍ଥ୍ୟ ସେବା, ଶିକ୍ଷା, ଜଳ ସମ୍ପଦ ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ବର ଠାରେ ଅନୁଷ୍ଠିତ ନାସକମର କାର୍ଯ୍ୟନିର୍ବହୀ ପରିଷଦ  ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶିଳ୍ପ ସଂସ୍ଥାଗୁଡିକ କେବଳ ଗୋଟିଏ ପ୍ରକାର ପ୍ରକାର ଉତ୍ପାଦନ ନକରି ମୂଲ୍ୟଭିତ୍ତିକ ଉତ୍ପାଦନ କରବା ପାଇଁ ଉଦ୍ୟମ କରନ୍ତୁ।

Other News