ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଞ୍ଚାୟତ ସମାଚାର ସାପ୍ତାହିକ ଉନ୍ମୋଚିତ

CM Launches Weekly Magazine Odia Panchayat samachar

 Published : ଓଡିଶା ନିୟୁଜ ୩୬୦

/  

01-Nov-2016  

ଓଡିଆ ପଞ୍ଚାୟତ ସମାଚାର ସାପ୍ତାହିକ ସଂସ୍କରଣ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସଚିବାଳରେ ଉନ୍ମୋଚିତ ହୋଇଯାଇଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଜନମଙ୍ଗଳ ଯୋଜନା ସମ୍ପର୍କରେ ଗ୍ରମାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଏହି ପତ୍ରିକା ସହାୟକ ହେବ। ଗାଁ ଲୋକଙ୍କ ସ୍ବର ଓ ଗ୍ରାମାଞ୍ଚଳର ସମାସ୍ୟା ଉପଯୁକ୍ତ ଭାବରେ ପ୍ରତିଫଳିତ କରିବାରେ ଏହି ପତ୍ରିକା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଥିଲେ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହା ପ୍ରକାଶନ କରାଯିବ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ଏହା ପ୍ରକାଶିତ ହେବ।

Other News