Published : ଓଡିଶା ସନ୍ ଟାଇମ୍ସ
/06-Oct-2017
ଯେତେବେଳେ ଯେଉଁ ସମୟରେ ନିର୍ବାଚନହେବ ସେଥିପାଇଁ ଓଡିଶାରେ ବିଜେଡି ସର୍ବଦା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଦେଶରେ ଏକ ସଙ୍ଗେ ଲୋକସଭା ଓ ରାଜ୍ୟ ଗୁଡିକର ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଶେଷସୁଦ୍ଧା କରିବାପାଇଁ ନିର୍ବାଚନ କମିଶନ ପ୍ରସ୍ତୁତ ବୋଲି ନିର୍ବାଚନ କମିଶନ ଶ୍ରୀ ଓ ପି ରାୱତ ସୂଚନା ଦେବାର ଗୋଟିଏ ଦିନପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ତାଙ୍କର ପ୍ରତିକ୍ରିୟାରେ ଏହି ସୂଚନା ଦେଇଥିଲେ।