Published : ଓଟିଭି
/23-May-2017
ତ୍ବରୀତ ନ୍ୟାୟ ପ୍ରଦାନ ପ୍ରକ୍ରୀୟା ରାଜ୍ୟ ସରକାର ଆପଣାଇବା ଫଳରେ ବାହାରକୁ ଚାଲାଣ କରାଯାଉଥିବା ୫ଜଣ ବାଳକଙ୍କୁ ଉଦ୍ଧାର କରାଯାଇପାରିଛି। ଗଞ୍ଜାମ ଜିଲ୍ଲାର ୫ ଜଣ ଅପ୍ରାପ୍ତ ବୟସ୍କ ବାଳକଙ୍କୁ ବସ୍ ଯୋଗେ ବାହାରକୁ ଚଲାଣ କରାଯାଉଥିବାବେଳେ ସୋସିଆଲ ମିଡିଆରେ ଅମିତ ନନ୍ଦ ନାମକ ଜନୈକ ବ୍ୟକ୍ତି ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କ କାଯ୍ୟାଳୟକୁ ସୂଚନା ଦେବାପରେ ସେହି ନା ବାଳକ ମାନଙ୍କୁ ଫୁଲବାଣୀରୁ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଛନ୍ତି। ପିଲାମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରିବା ପାଇଁ ନିଆଯାଉଥିଲା ବୋଲି ସନ୍ଦେହ କରାଯାଉଛି।