Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/31-Aug-2018
ଅଷ୍ଠାଦଶ ଏସୀୟ କ୍ରୀଡାରେ ଦୁଇଟି ରୌପ୍ୟ ପଦକ ହାସଲ କରିଥିବା ପ୍ରତିଭାନ୍ବିତ ଧାବିକା ଦୂତି ଚାନ୍ଦ ଓଡ଼ିଶା ଫେରିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଦୂତି ଚାନ୍ଦ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପାଇଁ ସିଧାସଳଖ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଦୂତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପୁରସ୍କାର ବାବଦରେ ୩ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଆସନ୍ତା ଅଲମ୍ପିକ ପ୍ରସ୍ତୁତି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।