ବିଜେଡିର ପ୍ରଶ୍ନ ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହେବା ପଛରେ କାରଣ କଣ!

BJD questioned logic behind four-phase elections in Odisha

 Published : ଓଡ଼ିଶା ସନ୍ ଟାଇମ୍ସ

/  

11-Mar-2019  

ଓଡ଼ିଶାରେ ଚାରିଗୋଟି ପର୍ଯ୍ୟାୟରେ ନିର୍ବାଚନ କରାଯିବା ନିଷ୍ପତ୍ତିକୁ ଶାସକ ବିଜୁ ଜନତା ଦଳ ସମାଲୋଚନା କରିଛି। ଦଳର ମୁଖପାତ୍ର ଅମର ପଟ୍ଟନାୟକ ନିର୍ବାଚନ କମିଶନଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରି କହିଛନ୍ତି, ନିର୍ବାଚନ ପ୍ରକ୍ରୀୟାରେ ବିଜେପିର ପ୍ରଭାବ ପରିଲକ୍ଷିତ ହେଉଛି।  ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟ, ଯେଉଁଠି ଓଡ଼ିଶା ଠାରୁ ଅଧିକ ନିର୍ବାଚନ ମଣ୍ଡଳୀ ରହିଛି, ସେହି ସବୁ ରାଜ୍ୟରେ ଗୋଟିଏ ଦିନରେ ନିର୍ବାଚନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ଓଡ଼ିଶାରେ କାହିଁକି ଚାରୋଟି ପର୍ଯ୍ୟାୟରେ ନିର୍ବାଚନ କରାଯିବା ପାଇଁ ନିର୍ଦ୍ଧାରିତ ହୋଇଛି ବୋଲି ଶୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଓଡ଼ିଶା ଭଳି ଅନ୍ୟ ରାଜ୍ୟରେ ଯେଉଁଠି ବିଜେପି ଦୃର୍ବଳ ସ୍ଥିତିରେ ରହିଛି ସେହି ସବୁ ରାଜ୍ୟରେ ବିଜେପି ଚାପରେ ଏହିଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେଡି ଅଭିଯୋଗ କରିଛି।

Other News