ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ,ଗ୍ରାମୀଣ ଗୃହ ନିର୍ମାଣ ଯୋଜନା କ୍ଷେତ୍ରରେ ଟଙ୍କା ଉଠାଣ ସୀମା ପ୍ରତ୍ୟାହାର ହେଉ

Remove withdrawal limit for rural housing schemes  CM to PM

କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ଯୋଜନା କାର୍ଯ୍ୟକାରୀ ହେବାପରେ ଗ୍ରାମୀଣ ଗୃହ ନିର୍ମାଣର ଯୋଜନାର ଉପଭୋକ୍ତାମାନେ ବ୍ୟାଙ୍କରୁ ଅର୍ଥ ଉଠାଣ ଉପରେ ଥିବା ସୀମାକୁ ଉଠାଇଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ , ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଓଡିଶାରେ ବିଭିନ୍ନ ଗ୍ରାମୀଣ ଗୃହନିର୍ମାଣ ଯୋଜନାରେ ୧ ଲକ୍ଷ ୪୦ ହଜାର ଗୃହ ନିର୍ମାଣ କରାଯାଇସାରିଛି । ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୫ ଲକ୍ଷ ଗୃହନିର୍ମାଣ କରାଯିବାର ଲକ୍ଷ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଚନ୍ତି।

Other News