ମୁଖ୍ୟମନ୍ତ୍ରୀ ବାଲେଶ୍ବର ଜିଲ୍ଲା ଗସ୍ତକରି ନବନିର୍ମିତ ପ୍ରକ୍ପପ ଗୁଡିକର ଉଦଘାଟନ ଓ ନୂତନ ପ୍ରଳ୍ପପ ଗୁଡିକର ଶୁଭଦାନ କଲେ

CM opens and lays the foundation of many projects in Baleswar

 Published : ଦି ପାଓନିୟର

/  

28-Nov-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବର ଜିଲ୍ଲାର ଜଳେଶ୍ବର, ଭୋଗରାଇ ଓ ତଳସରୀ ଅଞ୍ଚଳ ଗସ୍ତକରି  ନବନିର୍ମିତ ପ୍ରକଳ୍ପ ଗୁଡିକର ଶୁଭ ଉଦଘାଟନ କରିଥିଲେ । ଏଥି  ସହିତ ଅନେକ ନୂତନ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଜଳେଶ୍ବର ଠାରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ତାଙ୍କ ସରକାର ସାଧାରଣ ଜନତାଙ୍କ ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟ କରିବା ସହିତ ଏବଂ  ଅନେକ ଜନହୀତକର ଯୋଜନା ପ୍ରଚଳନ କରିଛି। ମହିଳା ଓ ଶିଶୁଙ୍କ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅଧିକ ଧ୍ୟାନ ଦିଆଯାଉଛି।  ଜଳେଶ୍ବର ଠାରେ ୧୯ କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମିତ ଶିଖରପୁର ପୋଲକୁ ଉଦଘାଟନ କରିବା ସହିତ ମୋଟ ୩୦ ଟି ପ୍ରକଳ୍ପର ଉଦଘାଟନ ଓ ଶୁଭଦାନ କରିଥିଲେ । ତଳସରୀଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୁଖ୍ୟମନ୍ତ୍ରୀ ବିଚ୍ ଫେଷ୍ଟିଭାଲର ଉଦଘାଟନ କରିଥିଲେ। 

। 

Other News