ଜୟ ଲଳିଥାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶ୍ରଦ୍ଧାଞ୍ଜଳି

CM pays tribute to Jayalalithaa

 Published : ଓଡିଶା ସନ୍ ଟାଇମସ୍

/  

06-Dec-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚେନ୍ନାଇ ଗସ୍ତରେଯାଇ ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ  ଜେ ଜୟଲଳିଥାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ଶୋକ ବାର୍ତ୍ତାରେ କହିଛନ୍ତିଯେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ସେଲଭି ଜେ ଜୟ ଲଳିଥାଙ୍କ ବିୟୋଗରେ ମୁଁ ଗଭୀରଭାବେ ମର୍ମାହତ । ସେ ଥିଲେ ଜନଗଣଙ୍କର ଅତି ଆଦରର ନେତ୍ରୀ । ତାମିଲନାଡୁ ବିକାଶ ଏବଂ ଜନହୀତକର କାର୍ଯ୍ୟକ୍ରମ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ସେ ସର୍ବଦା ବିପୁଳ ଜନସମର୍ଥନ ଲାଭ କରି ଆସୁଥିଲେ। ତାଙ୍କର ପ୍ରଶାସନିକ ଦକ୍ଷତା  ଓ ରାଜନୈତିକ ବିଚକ୍ଷଣତା ପାଇଁ ସେ ବେଶ୍ ଖ୍ୟାତ ଥିଲେ । ତାଙ୍କର ନେତୃତ୍ବରେ ତାମିଲନାଡୁର ଅନେକ ବିକାଶ ସାଧିତ ହୋଇପାରିଥିଲା ।

Other News