Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/02-Sep-2017
ରାଜ୍ୟର ସ୍କୁଲ ଓ କଲେଜ ମାନଙ୍କରୁ ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ଓଡିଶା ସ୍କୁଲ ଏବଂ କଲେଜ ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ମୋ ସରକାର ବ୍ଲକ ଗ୍ରାଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ଗ୍ରାଣ୍ଟ- ଇନ୍ – ଏଡ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଏହି ନିଷ୍ପତି ଫଳରେ ଶିକ୍ଷକ ମାନେ ବିଶେଷ ଭାବେ ଉପକୃତ ହେବେ। ବ୍ଳକ ଗ୍ରାଣ୍ଟ ଉଚ୍ଛେଦ ନିଷ୍ପତି ଶିକ୍ଷା ବ୍ୟବସ୍ଥା ମାନରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।