ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମହିଳା ସ୍ବୟଂ ସହାୟିକା ଗୋଷ୍ଠିଙ୍କୁ ବିନା ସୁଧରେ ମିଳିବ ଋଣ

CM announced loan to women SHGs at  zero percent interest

 Published : ଓଡ଼ିଶା ସନ୍ ଟାଇମ୍ସ

/  

05-Jan-2019  

ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।  ପୁରୀର ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲୋକ୍ସ ଠାରେ ମିଶନ ଶକ୍ତି ଗ୍ରୁଫର ମହାସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି  ନୂତନ ଭାବେ ଗଢାଯାଇଥିବା ୩ ଲକ୍ଷ ମହିଳା ସ୍ବୟଂ ସହାୟକ ପ୍ରତି ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କାର ଚେକ୍ ସିଡ୍ ମନି ଭାବେ ପ୍ରଦାନ କରାଯିବ। ସେହିପରି ସ୍ମାର୍ଟଫୋନ ନିମନ୍ତେ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ଅର୍ଥ ପ୍ରଦାନ କରାଯିବ। ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତିକରଣ ପାଇଁ ସ୍ମାର୍ଟ ଫୋନ ଯୋଗାଇ ଦିଆଯିବ।

Other News