Published : ଦି ଟାଇମ୍ସ ଅଫ ଇଣ୍ଡିଆ
/29-Jan-2017
ସ୍ମାର୍ଟ ସିଟି ଭୁବନେଶ୍ବରରେ ଖୁବ୍ ଶିଘ୍ର ପ୍ରତିଷ୍ଠା ହେବ ଅରବାନ୍ ମିୟୁଜିୟମ (ସହରାଞ୍ଚଳ ସଂଗ୍ରହାଳୟ)। ସମୟାନୁକ୍ରମିକ ସହରର କ୍ରମ ବିକାଶ, ଐତିହ, କଳା ଓ ପରମ୍ପରା ଓ ସ୍ମାର୍ଟ ସିଟି ପ୍ରକଳ୍ପ, ଏହି ମିୟୁଜିୟମରେ ସ୍ଥାନିତ ହେବ। ଏହି ମିୟୁଜିୟମ ପାଇଁ ଭୁବନେଶ୍ବର ଉନ୍ନୟନ ପ୍ରାଧିକାରୀ (ବିଡିଏ), ୬ ନମ୍ବର ୟୁନିଟ୍ ଠାରେ ଜମି ଚିହ୍ନଟ କରି ସାରିଛି। ଅଢେଇ ଏକର ଜମିରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଯିବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି।