Published : ଟାଇମ୍ସ ଅଫ ଇଣ୍ଡିଆ
/01-Apr-2017
ଓଡିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବକ୍ସିଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନାମରେ ଏକ ଏକ୍ସପ୍ରେସ ଟ୍ରେନ ଚଳାଇବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ରେଳବାଇ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କୁ, ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ, ସ୍ବାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ। ୧୮୧୭ ମସିହାରେ ଇଂଗ୍ରେଜ ସେନାଙ୍କ ବିରୋଧରେ ସେ ଆନ୍ଦୋଳନ ଚଳାଇଥିଲେ।