ରାଜ୍ୟ ସରକାର ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧିକଲେ

State govt hikes pension for freedom fighters

 Published : ଓଡିଶା ସନ୍ ଟାଇମ୍ସ

/  

05-May-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ବାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି ପାଇଁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନିଆଯାଇଥିବା ନିଷ୍ପତ୍ତି ଅନୁଯାଇ ଜେଲ ଯାଇଥିବା ସ୍ବାଧୀନତା ସଂଗ୍ରାମୀ ମାନଙ୍କର ମାସିକ ପେନସନ ୬୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଜେଲ ଯାଇନଥିବା ଗୋଆ ଲିବରେସନ ସଂଗ୍ରାମୀ ମାନଙ୍କ ପେନସନ ୫୦୦୦ରୁ ୯୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ରାଜ୍ୟର ଟୋକେନ ପେନସନ ୪୦୦୦ ଟଙ୍କାରୁ ୮୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଅପ୍ରେଲ ୧ରୁ ଲାଗୁ ହେବ।

Other News