Published : ଓଡିଶା ସନ୍ ଟାଇମ୍ସ
/23-Dec-2017
ବିଗତ ଦୁଇ ଦଶନ୍ଧିରେ ଓଡିଶାରେ ୩ ଲକ୍ଷ ୪୦ ହଜାର ହେକ୍ଟର ଜଙ୍ଗଲ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଡିଭିଜିନାଲ ଫରେଷ୍ଟ ଅଫିସରସ୍ (ଡି ଏଫ ଓ) ମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ଜଙ୍ଗଲ ବିଭାଗ ଅଧିକାରୀ, ବନ ସୁରକ୍ଷା ସମିତି (ଭି ଏସ ଏସ)ର ସଦସ୍ୟ ଏବଂ ପରିବେଶ ବିକାଶ ସମିତି ର ନିଷ୍ଠା ଓ ଲଗାତର ଉଦ୍ୟମ ରହିଲେ ରାଜ୍ୟରେ ସବୁଜ ବଳୟ ବୃଦ୍ଧି ପାଇବ।