ଜାପାନୀ ଏନସେଫାଲାଇଟସ୍ ନିୟତ୍ରଣ ପାଇଁ ଓଡିଶା ସରକାର ନେଇଥିବା ପଦକ୍ଷେପକୁ କେନ୍ଦ୍ରୀୟ ଟିମର ପ୍ରଶଂସା

Central Team Praises Odisha Governments Efforts In Controlling JE

 Published : ଓଡିଶା ନିୟୁଜ ୩୬୦

/  

24-Oct-2016  

ମାଲକାନାଗିରିରେ ଏନସେଫାଲାଇଟସ୍ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍, ଓଡିଶା ସରକାର ରୋଗର ନିୟତ୍ରଣ ପାଇଁ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହିଟିମ୍ ମାଲକାନାଗିରି ଗସ୍ଥରେ ଯାଇ ପରିସ୍ଥିତି ଅନୁଧ୍ୟନ କରିଥିଲେ। ଏନସେଫାଲାଇଟସ୍  ରୋଗ ସମ୍ପକରେ ବିଭିନ୍ନ ଗ୍ରାମକୁ ଗସ୍ତକରି କ୍ଷତିଗ୍ରସ୍ତ ପରିବାରର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିସହିତ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଥିଲେ। କେନ୍ଦ୍ରୀୟ ଟିମ ଦିଲ୍ଳୀ ଫେରିଯିବାପୂର୍ବରୁ ରାଜ୍ୟସରକାରଙ୍କର ସ୍ବାସ୍ଥ୍ୟବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହିଟିମରେ ଆସିଥିବା ନ୍ୟାସନାଲ ଭିକ୍ଟରବର୍ଣ୍ଣ ଡିଜିଜର ଯୁଗ୍ମ ନିର୍ଦେଶକ କଳ୍ପନା ବରୁହା କହିଥିଲେଯେ ଏନସେଫାଲାଇଟସ୍ ରେଗର ନିୟତ୍ରଣପାଇଁ ଓଡିଶା ସରକାର ଯେଉଁପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ।

Other News