Published : ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ
/22-Nov-2016
ରାଜ୍ୟର ଆଦିବାସୀ ଅଧ୍ୟୁଷିତ କିମ୍ବା ଅଗମ୍ୟ ଅଞ୍ଚଳରୁ ଗର୍ଭବତୀ ମହିଳାଙ୍କୁ ଚିକିତ୍ସାପାଇଁ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗାଇବା ଅଭାବ ପରିଲକ୍ଷିତ ହେଉଛି। ତେଣୁ ସେହିସବୁ ସମସ୍ୟାର ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବାପାଇଁ ନିଷ୍ପତ୍ତି ହୋଇଛି।ସାଧାରଣତଃ ୫ କିଲୋ ମିଟରରୁ ଅଧିକ ଦୂର, ଗାଁ ଗହଳିରୁ ଆସୁଥିବା ରୋଗୀ ମାନଙ୍କ ପାଇଁ ୧୦୦୦ ଟଙ୍କା ଏବଂ ଅଗମ୍ୟ ଅଞ୍ଚଳରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ପାଇଁ ୨୦୦୦ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।