Published : ଓଡ଼ିଶା ସନ୍ ଟାଇମ୍ସ
/06-Apr-2019
ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସବୁ କ୍ଷେତ୍ରରେ ଅବହେଳା ପାଇଁ କେନ୍ଦ୍ରକୁ ଦାୟୀ କରିଛନ୍ତି। ନବରଙ୍ଗପୁର ଜିଲ୍ଲାର ରାଇଘରଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକଭାବ ପୋଷଣ କରି ସବୁକ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରିଛନ୍ତି। ବିଗତ ୫ବର୍ଷ ମଧ୍ୟରେ ଅଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକୁ କେନ୍ଦ୍ରୀୟ ନେତାମାନେ ଆସି ନଥିବା ବେଳେ ନିର୍ବାଚନ ପାଇଁ ଭୋଟର ମାନଙ୍କ ସମର୍ଥନ ହାସଲ କରିବାକୁ ନେତାମାନେ ଏବେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି ସେ କହିଛନ୍ତି।