ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ଫୁଣି ମିଳିବ ସଫଳତା

BJD will repeat success in panchayat polls

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମାତ୍ର ପ୍ରାୟ ଅଳ୍ପ ଦିନ ଥିଲାବେଳେ, ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆସନ୍ତା ନିର୍ବାଚନରେ ବିଜେଡିକୁ ପୁର୍ନବାର ସଫଳତା ମିଳିବ। ପାର୍ଟିର ପର୍ଯ୍ୟବେକ୍ଷକ ମାନଙ୍କୁ ନିର୍ବାଚନ ସମ୍ପର୍କରେ ଦଳୀୟ ନିର୍ଦେଶ ଦେବା ବେଳେ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରି ଦଳ ପଞ୍ଚାୟତ ନିର୍ବାଚନକୁ  ଓହ୍ଲାଇବ। ମହାନଦୀ ଜଳ ବିବାଦ, ପୋଲାଭରମ୍ ପ୍ରକଳ୍ପ, ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ କ୍ଷେତ୍ରରେ  ଓଡିଶାକୁ କେନ୍ଦ୍ର ଅବହେଳା ପ୍ରଦର୍ଶନ କରିଛି। ତେଣୁ ବିକାଶ ଓଡିଶାର ଆତ୍ମ ସମ୍ମାନକୁ ବିଜେଡି ପଞ୍ଚାୟତରେ ମୁଖ୍ୟପ୍ରସଙ୍ଗ କରିବ ବୋଲି ସେ କହିଥିଲେ।

Other News