ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଜର୍ସି ଓ ଲୋଗୋ ଉନ୍ମୋଚନ କାଲେ ମୁଖ୍ୟମନ୍ତ୍ରୀ

Odisha has Gained Repute of being Sports Capital of India: Naveen

 Published : ଦି ନ୍ୟୁଜ ରୁମ

/  

06-Jan-2020  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ଉତ୍ସବରେ ଦେଶର ୧ମ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସର ଜର୍ସି ଓ ଲୋଗୋ ଉନ୍ମୋଚନ କରିଛନ୍ତି। ଏଭଳି  ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଭୁବନେଶ୍ବରରେ ଆୟୋଜିତ ହେଉଥିବାରୁମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି।  ଓଡ଼ିଶା କେବଳ ବିଶ୍ବସ୍ତରୀୟ ପ୍ରତିଯୋଗିତାର ଆୟୋଜକ ନୁହେଁ ବରଂ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ହାସଲ କରିଥିବା ବହୁ ଓଡ଼ିଆ କ୍ରୀଡ଼ା‌ ପ୍ରତିଭାଙ୍କ ପାଇଁ ସାରା ବିଶ୍ବରେ ପରିଚିତ।  ବିଭିନ୍ନ କ୍ରୀଡା ପାଇଁ ହାଇପର୍ଫମାନ୍ସ ସେଣ୍ଟର ପ୍ରତିଷ୍ଠା ସହ କ୍ରୀଡା ଓ କ୍ରୀଡାବିତଙ୍କ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ଆଜି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Other News