ରାଜଧାନୀର ୫୨୧ ପ୍ରାଚୀନ କିର୍ତ୍ତୀରାଜିରେ ଖୁବ୍ ଶ୍ରୀଘ୍ର ଲାଗିବ ସୂଚନା ଫଳକ

521 heritage signage in Odisha capital soon

 Published : ଓଡିଶା ସନ୍ ଟାଇମ୍ସ

/  

20-Dec-2016  

ଓଡିଶାର ପ୍ରାଚୀନ କିର୍ତ୍ତୀରାଜିର ସହର ଭାବେ ପରିଚିତ ରାଜଧାନୀର ଏକାମ୍ର କ୍ଷେତ୍ରରେ ଥିବା ୫୨୧ ଟି  ମନୋରମ କିର୍ତ୍ତୀରାଜିରେ ଖୁବ୍ ଶିଘ୍ର ଲାଗିବ ସୂଚନା ଫଳକ। ଏଥିସହିତ ଅନ୍ୟାନ ପ୍ରାଚୀନ ଐତିହପୀଠ ଗୁଡିକରେ ସୂଚନା ଫଳକ ମଧ୍ୟ ଲଗାଯିବ। ବର୍ତ୍ତମାନ ଲଗାଯାଇଥିବା କେତେକ ସୂଚନା ଫଳକରେ ତଥ୍ୟଗତ ଅମେଳ ଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି। ନୂତନ ସୂଚନା ଫଳକ ଗୁଡିକରେ କଳିଙ୍ଗ ମନ୍ଦିର ନିର୍ମାଣ ସ୍ଥାପତ୍ୟର ଶୈଳୀ ସମ୍ପର୍କରେ ସଠିକ୍ ସୂଚନା ରହିବ। ଏଥିପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (‍ବିଡିଏ) ଏଥିପାଇଁ ଆନୁସଙ୍ଗିକ ଗବେଷଣା,  ଭିତ୍ତିଭୂମି କାର୍ଯ୍ୟ, ନକ୍ସା ଏବଂ ତଥ୍ୟ ଲେଖନ କାର୍ଯ୍ୟ ଶେଷ କରିସାରିଛନ୍ତି। ଭୁବନେଶ୍ବର ମହାନଗର ନିଗମ ସୂଚନା ଫଳକ ଲଗାଇବେ। ଏଥିପାଇଁ ଓଡିଶା ଖଣି ନିଗମ ୨.୭୫ କୋଟି ଟଙ୍କା ଯୋଗାଇଦେବ।

Other News