ପୁଞ୍ଜି ନିବେଶ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ଆସ୍ପାୟାରିଂ ଲିଡର ମାନ୍ୟତା

Odisha bagged Aspiring Leader tag for investment preparedness

 Published : ଓଡ଼ିଶା ସନ୍ ଟାଇମ୍ସ

/  

03-Jul-2018  

ପୁଞ୍ଜିନିବେଶ ପ୍ରସ୍ତତି, ପ୍ରୋତ୍ସାହନ ଓ ତତ୍ପରତା କ୍ଷେତ୍ରରେ “ଇନଭେଷ୍ଟ ଇଣ୍ଡିଆ ଓ ବିଶ୍ବବ୍ୟାଙ୍କ” ପକ୍ଷରୁ କରାଯାଇଥିବା ସର୍ଭେ ସମ୍ପର୍କରେ ପ୍ରକାଶ ପାଇଥିବା ରିପୋର୍ଟରେ “ଓଡ଼ିଶାକୁ ଆସ୍ପାୟାରିଂ ଲିଡର” ମାନ୍ୟତା ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ର ଓ ମାପକାଠିକୁ ଭିତ୍ତିକରି ଦେଶର ୨୧ ଟି ରାଜ୍ୟରକୁ ନେଇ ଏହି ସର୍ଭେ କରାଯାଇଥିଲା। ଜାତୀୟ ହାରାହାରି ସ୍କୋର ୭୦% ରହିଥିବା ବେଳେ ଓଡ଼ିଶା ହାରାହାରି ଭାବେ ୮୦% ସ୍କୋର କରି ଅନ୍ୟ ୪ଟି ରାଜ୍ୟ ସହ ନିଜକୁ ଆସ୍ପାୟାରିଂ ଲିଡର ବର୍ଗରେ ସ୍ଥାନିତ କରି ପାରିଛି। ଏହା ରାଜ୍ୟପାଇଁ ଆଉ ଏକ ଗୌରବର ବିଷୟ।

Other News