ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ହେବ ପର୍ଯ୍ୟଟନ କେନ୍ଦ୍ର

CM announced development of Madhu Babu birthplace as a tourist centre

 Published : ଓଡିଶା ଡାଏରୀ

/  

23-Oct-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତକରି ନବନିର୍ମିତ ଅନେକ ନୂତନ ପ୍ରକଳ୍ପ ଗୁଡିକର ଉଦ୍ ଘାଟନ କରିବା ସହିତ ବହୁ ନୂତନ ପ୍ରକଳ୍ପ ଗୁଡିକର ଶୁଭଦାନ କରିଥିଲେ। ସେ କହିଥିଲେଯେ ନବନିର୍ମିତ ପ୍ରକଳ୍ପ ଗୁଡିକ ଜନସାଧାରଣଙ୍କ ସେବାରେ ସହାୟକ ହେବ। ଉଦ୍ ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଭିତ୍ତିଭୂମି ବିକାଶ, କୃଷି,ଜଳସେଚନ, ଗ୍ରାମ୍ୟ ବିଦ୍ୟୁତକରଣ, ଶିକ୍ଷା, ଶିଶୁବିକାଶ, ପର୍ଯ୍ୟଟନ ପ୍ରକଳ୍ପ ଅର୍ନ୍ତଭୁକ୍ତ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିକହିଥିଲେଯେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ୮୦ବର୍ଷ ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରଯିବ।

Other News