ମୟୁରଭଞ୍ଜ ଜିଲ୍ଳାର ଜାତୀୟ ରାଜପଥ ଉନ୍ନତିକରଣ ପାଇଁ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

CM urged Gadkari for improvement of NH in Mayurbhanj

 Published : ଓଡ଼ିଶା ସନ୍ ଟାଇମ୍ସ

/  

04-Jan-2019  

ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକର ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ତେଣୁ ରାସ୍ତାଗୁଡିକର ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଝାରପୋଖରିଆ-କେନ୍ଦୁଝର-ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୪୯ର ସ୍ଥିତି ଅତି ଖରାପ। ସେହି ରାସ୍ତାଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଛି। ସେହିପରି ଜାତୀୟ ରାଜପଥ ନଂ-୪୯ର ହାଟଗମ୍ଭାରିଆ-ବେଣିସାଗର ରାସ୍ତା ସିଙ୍ଗଡା ଜଙ୍କସନ୍ ପର୍ଯ୍ୟନ୍ତ ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ୧୭ ଫେବୃଆରୀ ୨୦୧୬ ରେ ଏହି ରାସ୍ତା ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିବା ବେଳେ ସେହିରାସ୍ତାର କୌଣସି ଉନ୍ନତି କରାଯାଇନାହିଁ। ସେହିପରି ଜିଲ୍ଲାର ଅନ୍ୟ କେତେକ ଜାତୀୟ ରାଜପଥର ଉନ୍ନତିକରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି।

Other News