Published : ଓଡ଼ିଶା ସନ୍ ଟାଇମ୍ସ
/21-Apr-2019
କଲମ୍ବୋଠାରେ ହୋଇଥିବା ବୋମା ମାଡ ଘଟଣାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିନ୍ଦା କରିଛନ୍ତି। ଏହି ମର୍ମନ୍ତୁଦ ଘଟଣାରେ ୧୮୫ ଜଣଙ୍କ ବିୟୋଗ ଘଟିଥିବା ବେଳେ ୪୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଆହତ ହୋଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶକରି ଏକ ଶୋକ ବାର୍ତ୍ତାରେ ମୃତୁ ବରଣ କରିଥିବା ସମସ୍ତ ପରିବାରକୁ ସମବେଦା ଜଣାବା ସହିତ, ଶାନ୍ତିର ସମବେଶ ଚାଲିଥିବା ବେଳେ କୌଣସି ସଭ୍ୟ ସମାଜରେ ଏପରି ଅମାନୁସିକ କାର୍ଯ୍ୟର ସ୍ଥାନନାହିଁ ବୋଲି କହିଛନ୍ତି।