Published : ଓଟିଭି
/19-Sep-2017
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁଲିସ ଅଧିକାରୀ ମାନଙ୍କୁ ସୂଚାଇ ଦେଇଛନ୍ତି ଯେ, ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ଅପରାଧ ଗୁଡିକ ନିୟତ୍ରଣ କରିବା ଦିଗରେ ପଦକ୍ଷେପ ନେବା ସହିତ ତଦନ୍ତ ବେଳେ ବୃତ୍ତିଗତ ଦକ୍ଷତାର ବିନିଯୋଗ ଉପରେ ଗୁରୁତ୍ବାରୋପ କରିଛନ୍ତି। ଓଡିଶା ପୁଲିସର ୬୫ ତମ ବୃତ୍ତିଗତ ପ୍ରତିଯୋଗିତାର ଉଦଯାପନୀ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ପୁଲିସ ଅଧିକାରୀ ମାନେ ତଦନ୍ତ ସମୟରେ ବୈଜ୍ଞାନିକ ପଦ୍ଧତିର ବ୍ୟବହାର ବୃଦ୍ଧିପାଇଛି।ମୁଖ୍ୟମନ୍ତ୍ରୀ କହିଥିଲେ ପୁଲିସ ଅଧିକାରୀ ମାନେ ମହିଳା, ଶିଶୁ , ଦଳିତ, ଏବଂ ଆଦିବାସୀଙ୍କ ଉପରେ ହେଉଥିବା ଅପରାଧ ଗୁଡିକୁ ପ୍ରାଥମିକତା ଭିତ୍ତିରେ ନେବାକୁ ନିର୍ଦେଶ ଦେଇଛନ୍ତି।