ଓଡ଼ିଶାର ବକେୟା ୬୪୦୦କୋଟି ଟଙ୍କା କେନ୍ଦ୍ର ସରକାର ଉପରେ ରହିଛି: ମୁଖ୍ୟମନ୍ତ୍ରୀ

Centre yet to release Rs 6400 crore for Odisha: CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

28-Jan-2019  

ଚଳିତ ଆର୍ଥକ ବର୍ଷ ଶେଷ ହେବାକୁ ମାତ୍ର ଏକ ମାସ ସମୟ ରହିଥିବା ବେଳେ ବିଭିନ୍ନ ଯୋଜନା ବାବଦରେ ଓଡ଼ିଶାର ପ୍ରାପ୍ୟ ବାବଦକୁ  କେନ୍ଦ୍ର ସରକାରଙ୍କ ଉପରେ ଥିବା ୬୪୦୦ କୋଟି ଟଙ୍କା ଏପର୍ଯ୍ୟନ୍ତ ପ୍ରଦାନ କରିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଯୋଜନା ଗୁଡିକ ସମ୍ପର୍କରେ ସମୀକ୍ଷା କରିବାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଗୃହ ନିର୍ମାଣ ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ୧୦୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବାକି ଥିବାବେଳେ, ସ୍ବାସ୍ଥ୍ୟ ବିଭାଗରେ ୩୭୫ କୋଟି ଟଙ୍କା, ଏନଆରଇଜିଏସ୍ ବାବଦରେ ୪୦୦ କୋଟି ଟଙ୍କା ଏବଂ କୃଷି ବିଭାଗରେ ୬୫୦ରୁ ଉର୍ଦ୍ଧ୍ବ ଟଙ୍କା ପଡିରହିଛି। 

Other News