Published : ଓଡ଼ିଶା ସନ୍ ଟାଇମ୍ସ
/11-Mar-2019
ନିର୍ବାଚନ ତାରିଖ ଘୋଷଣା ହେବାର ଠିକ୍ ଦିନକ ପରେ, ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନଭାବର ପ୍ରତିବାଦରେ“ ହକ୍ ମାଗୁଛି ଓଡ଼ିଶା” କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଜେଡି । ଦଳର ଛାତ୍ର ଓ ଯୁବ ସଙ୍ଗଠନର ଶହ ଶହ ସଦସ୍ୟ ଶୋଭାଯାତ୍ରାରେ ବାହାରି ଭୁବନେଶ୍ବରସ୍ଥିତ ଲୋୟର ପିଏମଜି ଛକ ନିକଟରେ ଅବହେଳା ସମ୍ପର୍କିତ ପ୍ରଶ୍ନ ଗୁଡିକର ଉତ୍ତର କେନ୍ଦ୍ରଠାରୁ ଚାହିଁଛନ୍ତି।