Published : ଓଡିଶା ସନ୍ ଟାଇମ୍ସ
/26-May-2017
ଭୁବନେଶ୍ବରକୁ ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବାପରେ ବିଦେଶୀ ପର୍ଯ୍ୟଟକଙ୍କର ଓଡିଶା ଗସ୍ତ ବୃଦ୍ଧି ପାଇଛି। ଏହି ପରିପେକ୍ଷୀରେ ବିଦେଶୀ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭୁବନେଶ୍ବରକୁ “ ପହଞ୍ଚିବା ପରେ ଭିସା” ଷ୍ଟେସନର ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୈଦେଶିକ ବ୍ୟପାର ମନ୍ତ୍ରୀ ଶ୍ରମତୀ ସୁଷମା ସ୍ବରାଜଙ୍କ ଠାରେ ଦାବୀ କରିଛନ୍ତି।