Published : ଓଡିଶା ସନ୍ ଟାଇମ୍ସ
/19-Jun-2017
ଓଡିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭି କେ ସିଂହ ଓ ମହାନଦୀ ଜଳ ପ୍ରସଙ୍ଗରେ ଛତିଶଗଡ ଶିଳ୍ପ ମନ୍ତ୍ରୀ ଶ୍ରୀ ଅମର ଅଗ୍ରୱାଲା ଦେଇଥିବା ଓଡିଶାର ସ୍ବାର୍ଥ ବିରୋଧୀ ମନ୍ତବ୍ୟର ପ୍ରତିବାଦରେ ବିଜୁ ଯୁବ ଜନତା ଓ ବିଜୁ ଛାତ୍ର ଜନତାର ସଦସ୍ୟମାନଙ୍କ ପକ୍ଷରୁ ଆଜି ରାଜ୍ୟର ସମସ୍ତ ଜିଲ୍ଳା ମୁଖ୍ୟାଳୟ ଏବଂ ଭୁବନେଶ୍ବର ଓ ରାଉରକେଲା ସ୍ଥିତ ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷେପ ପ୍ରଦର୍ଶନ କରାଯାଇଥିଲା।