ରାୟଗଡା ବନ୍ୟା, ବିପନ୍ନ ଅଞ୍ଚଳରେ ଆକାଶ ମାର୍ଗରୁ ଖାଦ୍ୟ ପୁଡିଆ ପକାଯାଉଛି

Rayagada food, airdropped to marooned

 Published : ଓଟିଭି

/  

17-Jul-2017  

ରାୟଗଡା ଜିଲ୍ଲାରେ କଲ୍ୟାଣୀ ଓ ନାଗାବଳୀ ନଦୀରେ ଗତ ରାତିରୁ ଜଳସ୍ତର ହ୍ରାସ ପାଇବା ଫଳରେ ବନ୍ୟା ପରିସ୍ଥିତିରେ ଉନ୍ନତି ପରିଲଖିତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆକାଶ ମାର୍ଗରୁ ଖାଦ୍ୟପୁଡିଆ ବିପନ୍ନ ମାଝିଗୁଡା,କୁମ୍ଭାରଗୁଡା, ବ୍ରାହ୍ମଣ ସାହୀ, କୁମ୍ଭାର ସାହୀ ଏବଂ ସାଇ ନଗର ଆଦି ବିପନ୍ନ ଅଞ୍ଚଳରେ ପକାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆ ଯାଉଛି। କଲ୍ୟାଣସିଂପୁର ବ୍ଲକରେ ଶିକ୍ଷାନୁଷ୍ଠାନ ଗୁଡିକୁ ୩ ଦିନ ପାଇଁ ବନ୍ଦ କରି ଦିଆଯାଇଛି।

Other News