ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା ଶିଶୁ ମୃତ୍ୟୁ ପରିବାରକୁ ମିଳିବ ପକ୍କାଘର ଓ ୩ ଲକ୍ଷ ଟଙ୍କାର ସହାୟତା

CM announces Rs 3 lakh and pucca house for families of deceased kids

 Published : ଓଡିଶା ସନ୍ ଟାଇମ୍ସ

/  

24-Dec-2016  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ମାଲକାନାଗିରି ଜିଲ୍ଲାରେ ଶିଶୁ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ପରିବାରକୁ ମିଳିବ ପକ୍କାଘର ଓ ୩ ଲକ୍ଷ ଟଙ୍କାର ସହାୟତା। ମୁଖ୍ୟମନ୍ତ୍ରୀ ମାଲକାନାଗିରି ଗସ୍ତରେ ଯାଇ ନବନିର୍ମିତ ପ୍ରକଳ୍ପ ଗୁଡିକର ଉଦ୍ ଘାଟନ ଓ ନୂତନ ପ୍ରକଳ୍ପ ଗୁଡିକର ଶୁଭଦାନ ଉତ୍ସବରେ ଏହି ଘୋଷଣା କରିଥିଲେ। ଜିଲ୍ଲାରେ ଶିଶୁ ମୃତ୍ୟୁ ଘଟଣା ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ।ପରିବହନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି, ସାଂସଦ ବଳଭଦ୍ର ମାଝି, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଧାୟକ, ଅତିରିକ୍ତ ଶାସନ ସଚିବ, ମାଲକାନାଗିରି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ପ୍ରମୁଖ  ସମୀକ୍ଷା ବୌଠକରେ ଉପସ୍ଥିତ ଥିଲେ। ଏହି ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିଶୁ ମୃତ୍ୟକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ୯୬ ପ୍ରତିଶତ ଶିଶୁଙ୍କୁ ପ୍ରତିଷେଧକ ଟିକା ପ୍ରଦାନ କରା ଯାଇସାରିଛି । ଆଉ ୩ରୁ ୪ ଦିନ ମଧ୍ୟରେ ଟିକା କରଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News