ନବରଙ୍ଗପୁର ଜିଲ୍ଲାପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୬୪ କୋଟି ଟଙ୍କା

State government to spend Rs 364 crore in Nabarangpur district

ରାଜ୍ୟ ସରକାର ଆସନ୍ତା ୩ ବର୍ଷ ମଧ୍ୟରେ ୩୬୫ କୋଟି ଟଙ୍କା ବିନିଯୋଗ କରି ନବରଙ୍ଗପୁର ଜିଲ୍ଲାରେ ୩୫ ପ୍ରତିଶତ କୃଷି କ୍ଷେତ୍ରକୁ ଜଳସେଚିତ  କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅର୍ଥରେ ୪ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଓ ୧୧୪ ଟି ଆଡିବନ୍ଧ ନିର୍ମାଣରେ ବିନିଯୋଗ ହେବ।

Other News