କେନ୍ଦ୍ରୀୟ ବଜେଟ ନୈରାଶ୍ୟ ଜନକ: ମୁଖ୍ୟମନ୍ତ୍ରୀ

CM termed interim Union Budget disappointing

 Published : ଓଡ଼ିଶା ସନ୍ ଟାଇମ୍ସ

/  

01-Feb-2019  

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ ସଂସଦରେ  ୨୦୧୯-୨୦ ପାଇଁ ଆଗତ କରିଥିବା ଅନ୍ତରୀଣ ବଜେଟର କେତେକ ଦିଗ ନୈରାଶ୍ୟ ଜନକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆୟକର ରିହତି, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସିଧାସଳଖ ସହାୟତା ପ୍ରଦାନକୁ ସ୍ବାଗତ କରିଥିବାବେଳେ ଚାଷୀଙ୍କ ସହାୟତା ରାଶିର ପରିମାଣ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଦିଆଯାଉଥିବା ରାଶି ସହିତ ସମାନ ହୋଇ ପାରିଥାଆନ୍ତା । ଭୂମିହୀନ ଗରୀବ, ଭାଗଚାଷୀ ଓ ଦୂରାବସ୍ଥାରେ ଥିବା କୃଷକ ମାନଙ୍କ ପାଇଁ ବଜେଟରେ ବ୍ୟବସ୍ଥା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି।

Other News