ମୁଖ୍ୟମନ୍ତ୍ରୀ, ମେଡିକାଲ କଲେଜ ସ୍ବୀକୃତି ପାଇଁ କେନ୍ଦ୍ରର ସହାୟତା ଲେଡିଲେ

Chief Minister seeks nod for medical college

ବାରିପଦା ସରକାରୀ ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ପାଠପଢା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲାବେଳେ ଏପର୍ଯ୍ୟନ୍ତ ଅନୁମତି ପତ୍ର କେନ୍ଦ୍ର ରୁ ମିଳିନାହିଁ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା ଙ୍କୁ ପତ୍ର ଲେଖି ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଟିମ ତୁରନ୍ତ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସପିଟାଲ ପରିଦର୍ଶନରେ ଆସିବା ଦିଗରେ ସ୍ବାସ୍ଥ୍ୟ ମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ।

Other News