ମାଓ ଦମନରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଭିନନ୍ଦନ

Rajnath Sing congratulated Naveen Patnaik for Maoist operation

 Published : ଟେଲିଗ୍ରାଫ

/  

14-May-2018  

ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଚନ୍ତି। ରବିବାର ଦିନ ପୋଲିସ କନ୍ଧମାଳ ଓ ବଲାଙ୍ଗିର ଦୁଇଟି ମାଓ ବିରୋଧି ଅଭିଯାନରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି ଓ ବହୁ ପରିମାଣରେ ଅସ୍ତ୍ର ଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି। ସନ୍ଧ୍ୟାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସିଂହ ଟେଲି ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ କଥା ହେବା ବେଳେ ଅଭିନନ୍ଦନ ଜଣାଇଥିଲେ।

Other News