ମୁଖ୍ୟମନ୍ତ୍ରୀ ଙ୍କ ଅନୁଭବ ଶିକ୍ଷାର ବିକାଶ ହେଲେ ହିଁ ଆଦିବାସୀଙ୍କ ବିକାଶ ସମ୍ଭବ

CM’s education mantra for growth of tribals

ଅନୁସୂଚିତ ଅଞ୍ଚଳରେ ଶିକ୍ଷାର ପ୍ରସାର ହିଁ ଆଦିବାସୀଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ସାଧନ କରିପାରିବ, ତେଣୁ ଏହିଭଳି ଅଞ୍ଚଳରେ ଶିକ୍ଷାର ପ୍ରସାରକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହଛନ୍ତି।କୋରାପୁଟର ଲମତାପୁଟ ଠାରେ ବହୁ ସଂଖ୍ୟାରେ ସମବେତ ଜନତାଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପଛୁଆ ଅଞ୍ଚଳ ଓ ଆଦିବାସୀ ମାନଙ୍କର ବିକାଶ ପାଇଁ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି। ସେହି ସବୁ ଯୋଜନାରୁ ଅର୍ଥନୌତିକ ଦୃର୍ବଳ ଶ୍ରେଣୀ ଲୋକ ମାନେ ସୁବିଧା ନିଅନ୍ତୁ ଏବଂ ଏହି ସବୁ ଅଞ୍ଚଳର ଅଧିବାସୀମାନେ ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟିକରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News