ରାଜ୍ୟ ସରକାର ୩ ଟି ବିଭାଗର ନାମ ପରିବର୍ତ୍ତନ କଲେ

State government changes names of three departments

 Published : ଟାଇମ୍ସ ଅଫ ଇଣ୍ଡିଆ

/  

06-Apr-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ମଣ୍ଡଳ ବୈଠକରେ ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ସହିତ ମିଶାଇ ଦିଆଯବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗ ସଂସ୍ଥାକୁ , ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏଣିକି  ଏହି ବିଭାଗର ନାମ ପଞ୍ଚାୟତିରାଜ ଏବଂ ପାନୀୟଜଳ ଯୋଗାଣ ବିଭାଗ ନାମରେ ନାମିତ ହେବ। ସେହିପରି  ରାଜ୍ୟରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଚାଲିଥିବା ମିଶନ ଶକ୍ତି ଆନ୍ଦୋଳନ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ସୃଷ୍ଟି କରାଯିବ। ମହିଳା ଓ ଶିଶୁ ବିକାଶ ବିଭାଗର ନୂତନ ନାମ ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ରଖାଯାଇଛି।

Other News