Published : ଟାଇମ୍ସ ଅଫ ଇଣ୍ଡିଆ
/21-Sep-2017
ବିଶ୍ବ ବ୍ୟାଙ୍କର ଭାରତରେ ଥିବା ନିର୍ଦେଶକ(କଣ୍ଟ୍ରି ଡାଇରେକ୍ଟର) ମିଷ୍ଟର ଜୁନେଦ ଅହମ୍ମଦ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଗାମ ଦିନରେ ରାଜ୍ୟସରକାର ଓ ବିଶ୍ବବ୍ୟାଙ୍କର ମିଳିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ମିଷ୍ଟର ଅହମ୍ମଦଙ୍କ ନେତୃତ୍ବରେ ଆସିଥିବା ବିଶ୍ବବ୍ୟାଙ୍କର ପ୍ରତିନିଧିଦଳ ରାଜ୍ୟ ସରକାରଙ୍କ ଦାରିଦ୍ର୍ୟ ଦୂରୀକରଣ ଏବଂ ଶିଶୁମୃତ୍ୟୁ ହାର ହ୍ରାସ କରିବା ଦିଗରେ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।