Published : ଓଡ଼ିଶା ସନ୍ ଟାଇମ୍ସ
/04-Jan-2019
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖି ଦର୍ଶାଇଛନ୍ତି ଖୋର୍ଦ୍ଧା- ବଲାଙ୍ଗିର ରେଳ ପଥ ନୟାଗଡ ସହର ପର୍ଯ୍ୟନ୍ତ ସଂଯୋଗ ହୋଇ ସାରିଛି। ସେହିପରି ଖୋର୍ଦ୍ଧା- ବଲାଙ୍ଗିର ରେଳ ପଥର ବଲାଙ୍ଗିର- ଭାଏଁସାପାଲ୍ଲୀ ସେକସନର ୧୬ କି.ମିଟର ରେଳ ପଥର ସମସ୍ତ କାର୍ଯ୍ୟ ଶେଷ ହୋଇଛି ଏବଂ ସୁରକ୍ଷା ସର୍ମ୍ପକିତ ଯାଞ୍ଚ କାର୍ଯ୍ୟ ୨୦୧୮ ଅକ୍ଟୋବର ମାସରେ ସରିଛି। ତେଣୁ ଏହି ରେଳ ପଥରେ ରେଳବାଇ ପକ୍ଷରୁ କୌଣସି ଯାତ୍ରୀ ବାହୀ ଟ୍ରେନ ଚଳାଚଳ କରାଯାଇ ନାହିଁ। ତେଣୁ ଏହି ରେଳ ପଥରେ ଅବିଳମ୍ବେ ଯାତ୍ରୀବାହୀ ରେଳ ଚଳାଚଳ କରାଗଲେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି।