ସମ୍ପ୍ରତି ନିର୍ବାଚନରେ ରାଜ୍ୟର ସମସ୍ତ ଲୋକସଭା ଆସନରେ ଦଳର ବିପୁଳ ବିଜୟ ଘଟିବ: ନବୀନ

Party to register sweeping victory in Lok Sabha polls: Naveen

 Published : ଓଡ଼ିଶା ସନ୍ ଟାଇମ୍ସ

/  

24-Mar-2019  

ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ରାଜ୍ୟର ସମସ୍ତ ୨୧ ଟି ଲୋକସଭା ଆସନରେ ଦଳର ବିପୁଳ ବିଜୟ ଘଟିବ। ଅନ୍ୟ ରାଜନୈତିକ ଦଳ ଗୁଡିକ କୌଣସି ଗୋଟିଏ ଆସନରେ ବି ବିଜୟ ଲାଭ କରିପାରିବେନାହିଁ। ନୟାଗଡ଼ଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ସଭାପତି କହିଛନ୍ତି ଆସନ୍ତା ନିର୍ବାଚନରେ କୌଣସି ଜାତୀୟ ଦଳ ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତା ଲାଭ କରି ପାରିବେନାହିଁ। କେନ୍ଦ୍ରରେ ସରକାର ଗଠନ ଲାଗି ଦଳର ମୁଖ୍ୟଭୂମିକା ରହିବ ବୋଲି ସେ କହିଛନ୍ତି।

Other News