ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ କଟକର ଅନୁଷ୍ଠିତ ଦୁଃସାହସିକ ଉଡାଣ ଜନସାଧାରଣଙ୍କୁ ସ୍ଥମ୍ବୀଭୂତ କରିଦେଇଥିଲା

Splendid air show to commemorate Biju Patnaik leaves Cuttack mesmerised

କଟକ ଆକାଶ ମାର୍ଗରେ, ଆକାଶ ଗଙ୍ଗାର ଆକାଶଛତା ବାହିନୀ, ସାରଙ୍ଗ ଟିମର ଅତ୍ୟାଧୁନିକ ହାଲକା ହେଲିକେପ୍ଟର ଏବଂ ସୂର୍ଯ୍ୟକିରଣ ଟିମର ଚମକପ୍ରଦ ଦୁଃସାହସିକ ବିମାନ ଚାଳନା କୌଶଳ ଦର୍ଶକ ମାନଙ୍କୁ ସ୍ଥମ୍ବୀଭୂତ କରିଦେଇଥିଲା। ପୂର୍ବତନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ , ଯେକି ଦୁଃସାହସିକ ଉଡାଣ ପାଇଁ ବେଶ୍ ଖ୍ୟାତିଲାଭ କରିଥିଲେ, ସେହି ପ୍ରବାଦ ପୁରୁଷଙ୍କ ଜନ୍ମ ଶତବାର୍ଷିକ ଉପଲକ୍ଷେ ଭାରତୀୟ ବାୟୁ ସେନା ପକ୍ଷରୁ କଟକର ଆକାଶ ମାର୍ଗରେ ଉଡାଣ କୌଶଳ ପ୍ରଦର୍ଶନ କରାଯାଇଥିଲା। ରାଜ୍ୟପାଳ ଡ. ଏସ ସି ଜମିର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଭାରତୀୟ ବାୟୁ ସେନାର ଚିତାକର୍ଷକ ଉଡାଣକୁ ଉପଭୋଗ କରିଥିବାର ଦେଖାଯାଇଥିଲା। 

Other News